ଦାନ୍ତବିନ୍ଧା ବେଶି ବଢ଼ିବାରୁ ବର୍ଷା ଆସନ୍ତା କାଲି ଡାକ୍ତରଙ୍କ ପାଖକୁ ଯିବ ବୋଲି ଭାବିଲା। ହେଲେ ରବିବାରରେ ଡାକ୍ତର ଛୁଟିରେ ଥିବାରୁ, ଆଜି ହିଁ ଭେଟିବାକୁ ରିସେପ୍ସନରୁ ସମୟ ମିଳିଲା ।
ଯଦିଓ ପ୍ରଥମେ ଅପରାହ୍ନ ପାଇଁ ସମୟ ଧାର୍ଯ୍ୟ ହୋଇଥିଲା, ମାତ୍ର ଭିଡ଼ ଯୋଗୁଁ ଏହା କ୍ରମାଗତ ଭାବରେ ବିଳମ୍ବିତ ହୋଇ ରାତି ୧୦:୩୦ ରେ ଯାଇ ଡାକ୍ତରଙ୍କ ଦେଖା ମିଳିଲା। କିଛି ସମୟର ପରାମର୍ଶ ପରେ ସେ ଔଷଧ ନେଇ ଘରକୁ ଯିବାକୁ ବାହାରିଲା।
ଘର ବେଶୀ ଦୂରରେ ନ ଥିବାରୁ ବର୍ଷା ଟ୍ୟାକ୍ସିରେ ନ ଆସି ନିଜ ସାଙ୍ଗ ରଜତ ସହ ଚାଲିକି ଘରକୁ ଫେରିବାକୁ ଆରମ୍ଭ କଲା । ସେତେବେଳକୁ ସମୟ ରାତି ୧୧ଟା ପାଖା ପାଖି ହେଲାଣି।
ବେଙ୍ଗାଲୁରୁ ସହର ନିଜର ନାଇଟ ଲାଇଫ ଓ ମନୋରଞ୍ଜନ ପାଇଁ ପରିଚିତ, ବିଶେଷ କରି ଛୁଟି ଦିନ ମାନଙ୍କରେ ।  ତେଣୁ ରାସ୍ତାରେ ଅନେକ ରେସ୍ତୋରାଁ ଓ  ବାରରେ ଭିଡ଼ ଲାଗି ରହିଥିଲା  ।
ବର୍ଷାକୁ ରଜତର ବନ୍ଧୁ ଜଣେ ଫୋନ କରିବାରୁ ସେ କଥା ହେବାକୁ ତା’କୁ  ମୋବାଇଲ ଦେଇଥିଲା ।
କିଛି  ସମୟ ପରେ ହଠାତ୍ ପଛରୁ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଫୋନଟି ଛଡାଇ ନେଇ ଜୋରରେ ସେଠାରୁ ଚାଲିଗଲେ। କ’ଣ ଘଟିଗଲା ତାହା ଦୁହେଁ ବୁଝିଲା ବେଳକୁ ବିଳମ୍ବ ହୋଇ ଯାଇଥିଲା ।
ରଜତ ନିଜକୁ ପ୍ରକୃତିସ୍ଥ କରି ଚୋର ପଛରେ ଦୌଡିବାକୁ ଲାଗିଲା ଓ ବର୍ଷା ଜୋରରେ ଚିଲ୍ଲାଇବାକୁ ଲାଗିଲା । କିନ୍ତୁ ଦୁର୍ଭାଗ୍ୟବଶତଃ, ପଥଚାରୀ ମାନେ ନିଜ ଦୁନିଆରେ ବ୍ୟସ୍ତଥିଲେ।
ଜଣେ ଭଦ୍ରବ୍ୟକ୍ତି ମୋଟର ସାଇକେଲଟି ଅଟକାଇ ପରିସ୍ଥିତି ବୁଝିବାକୁ ଚେଷ୍ଟା କଲେ, ତେବେ ସମ୍ଭାବ୍ୟ ବିପଦକୁ ଆଖିରେ ରଖି କୌଣସି ପ୍ରକାର ସାହାଯ୍ୟ କରିବାକୁ ସେ ମନା କରିଦେଲେ।
ଚୋର ଦ୍ରୁତଗତି ରେ ଫେରାର ହୋଇ ଯିବାପରେ ଅସହାୟ ହୋଇ ଉଭୟ ନିକଟସ୍ଥ ପୋଲିସ ଥାନାକୁ ଗଲେ । ଫାଇଲର ପାହାଡ଼ ଗଦାରେ ବସିଥିବା ବେଙ୍ଗାଲୁରୁ ପୋଲିସ ଅଧିକାରୀଙ୍କର ମୋବାଇଲ୍ ଚୋରି ଭଳି ଘଟଣାକୁ ଶୁଣିବା ପାଇଁ ଧୈର୍ଯ୍ୟ ନ ଥିଲା।
ବିଡ଼ମ୍ବନାର ବିଷୟ, ସେମାନେ ବର୍ଷା ଓ ରଜତ ଭଳି କାମ ପାଇଁ ବେଙ୍ଗାଲୁରୁ  ଆସୁଥିବା ଅଣ-କନ୍ନଡ଼ ବାସିନ୍ଦାଙ୍କୁ ସହରରେ ଦ୍ରୁତଗତିରେ ବଢୁଥିବା ଲୁଣ୍ଠନ ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ପାଇଁ ଦାୟୀ  କରିଥିଲେ।
ଅଧିକାରୀଙ୍କ ଉଦାସୀନତା ନିରାଶାଜନକ ଥିଲା ସତ, କିନ୍ତୁ ପୋଲିସ ଉପରେ ହ୍ରାସ ପାଉଥିବା ଜନତାଙ୍କ  ବିଶ୍ୱାସ  ଦୃଷ୍ଟିରୁ ଏହା ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟଜନକ ବି ନଥିଲା ।
ବର୍ଷା ହାର ନ ମାନି ଚୋରି ହେଇଥିବା ଜାଗାର ସିସିଟିଭି ଫୁଟେଜ୍  ଦେଖିବା ପାଇଁ ଅଧିକାରୀଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କଲା। ତେବେ କମ୍ପୁଟର କଥା ବୁଝୁଥିବା ବ୍ୟକ୍ତିଟି ସେତେବେଳେ ଡ୍ୟୁଟିରେ ଥାନାରେ ନ ଥିବାରୁ ସେମାନେ ସକାଳ ସିଫ୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାହାନା କଲେ। ସରକାରୀ ଅର୍ଥରେ ତିଆରି ଏ ସବୁ ବ୍ୟବସ୍ଥା ମୂଲ୍ୟହୀନ ଯଦି ତାହା ଦରକାର ସମୟରେ କାମରେ ନ ଆସେ !
ମୋବାଇଲରେ ଥିବା ତଥ୍ୟର ଅପବ୍ୟବହାରକୁ ନେଇ ଚିନ୍ତା ପ୍ରକଟ କରିବାରୁ ପୋଲିସ୍ ଅଧିକାରୀ ତାଚ୍ଛଲ୍ୟ କରି କହିଥିଲେ ଯେ, ଚୋରମାନେ କେବଳ ମୋବାଇଲକୁ ବିକି ଦୁଇ ପଇସା କମାଇବା ବିଷୟରେ ଭାବନ୍ତି, ଅନ୍ୟ କିଛି ନୁହେଁ। ଏପରି ଲାଗିଲା ଯେପରିକି, ସେ ନିଜର କିଛି ବ୍ୟକ୍ତିଗତ ଅଭିଜ୍ଞତାକୁ ବାଣ୍ଟୁଥିଲେ !
କୌଣସି ପ୍ରକାରେ, ଏକାଧିକ ଅନୁରୋଧ ପରେ, ଏକ ଆନୁଷ୍ଠାନିକ ଏଫ୍. ଆଇ. ଆର୍. ପଞ୍ଜିକୃତ ହୋଇଥିଲା ଏବଂ ଦୁହିଁଙ୍କୁ ନେଇ ଏକ ଜିପରେ ପୋଲିସ  ଘଟଣା ସ୍ଥଳକୁ ଗଲା ।
ସେଠାରେ ଛିଡା ହୋଇଥିବା କିଛି ଲୋକ ମାନିଥିଲେ ଯେ, ସେମାନେ ଏହି ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ, କିନ୍ତୁ ହସ୍ତକ୍ଷେପ ନକରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସତ୍ତ୍ଵେ ବିଳମ୍ବ ହେବା ପୂର୍ବରୁ ଚେକ୍ ପୋଷ୍ଟରେ ବାଇକ୍ ଚାଳକଙ୍କୁ ଅଟକାଇବା ପାଇଁ ପାଟ୍ରୋଲିଂ ଦଳକୁ ସତର୍କ କରିବାକୁ ପୋଲିସ ପାଖରେ ଇଚ୍ଛାଶକ୍ତି ମଧ୍ୟ ନଥିଲା !
ଥରେ କଳ୍ପନା କରି ଦେଖନ୍ତୁ, ଯଦି ଏହା ବେଙ୍ଗାଲୁରୁର କୌଣସି ରାଜନୈତିକ କିମ୍ବା ବ୍ୟାବସାୟିକ ବ୍ୟକ୍ତିଙ୍କ ସହ ଘଟିଥାନ୍ତା, ତେବେ  ସେହି ପୁଲିସ ନିଜ ମାଲିକଙ୍କ ହୃଦୟ ଜିତିବାକୁ ଦିନରାତି ଏକ କରି ଦେଇଥାନ୍ତା। ଏହା ଆମ ସମାଜର କିଛି ବାସ୍ତବିକତା !
ଡାକ୍ତରଙ୍କ ନିକଟରୁ ଔଷଧ ନେଇ ଘରକୁ ଫେରିବା ରାସ୍ତାରେ ବର୍ଷା ଓ ରଜତ ଭାଗ୍ୟରେ ଚୋର ସହିତ ଲଢ଼ିବା, ପୋଲିସର ପ୍ରତାଡନା ଏବଂ ପଥଚାରୀଙ୍କ ଧିକ୍କାର ସହିବା ଲେଖା ଥିଲା। ଉପାୟ ଶୂନ୍ୟ ହୋଇ ଶେଷରେ ଭୋର ୪ଟା ପାଖାପାଖି ଉଭୟ ଘରକୁ ଫେରି ଥିଲେ।
ବର୍ଷା ନିଜର ପରିଚୟ ଓ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ନିଜ ତରଫରୁ ପଦକ୍ଷେପ ନେଲା ଯେପରି କି ସିମ୍ କାର୍ଡ ଓ ଏ.ଟି.ଏମ. କୁ ବ୍ଲକ କରିବା ଇତ୍ୟାଦି। ଏପରିକି ସେ ଅନଲାଇନ ଟୁଲ ବ୍ୟବହାର କରି ଫୋନକୁ ଠାବ କରିବାକୁ ଚେଷ୍ଟା କଲା, କିନ୍ତୁ ଚୋରଟି କେବେ ବି ଆଉ ଅନଲାଇନ ଆସି ନଥିଲା।
ଏହି ଘଟଣା ଉଭୟଙ୍କ ଉପରେ ଏକ ଦୁଃଖଦାୟକ ଛାପ ଛାଡ଼ିଗଲା । ପ୍ରାୟ ଏକ କୋଟି ଲୋକଙ୍କ ଭିଡ଼ ଥିବା ବେଙ୍ଗାଲୁରୁ ସହରରେ ତାଙ୍କୁ ଏକୁଟିଆ ମନେ ହେଉଥିଲା !
ପରବର୍ତ୍ତୀ ସମୟରେ, ଜୀବନ ଆଗକୁ ବଢ଼ିଲା, କିନ୍ତୁ ସହରର ଏକଦା ପରିଚିତ ରାସ୍ତାଗୁଡ଼ିକ ବର୍ତ୍ତମାନ ସମ୍ଭାବ୍ୟ ବିପଦର ଏକ ଚକ୍ରାନ୍ତ ପରି ମନେ ହେଉଥିଲା। ଚକମକ ସହରର ବହୁତଳ ବିଲଡିଂରେ ରହି ମଧ୍ୟ ଭରସାର ମଣିଷ ଖୋଜିବା କଷ୍ଟକର ମାନେ ହେଉଥିଲା !
ସମ୍ଭବତଃ, ନାଗରିକମାନେ କେବଳ ସଚେତନ ରହିପାରିବେ, ଯାହାଦ୍ୱାରା ସେମାନେ ଏହି ଆଶାକୁ ଧରି ରଖିବେ ନାହିଁ ଯେ, ଭାଗ୍ୟର କିଛି ମୋଡ଼ ସହିତ, ଚୋରି ହୋଇଥିବା ଫୋନ୍ ସେମାନଙ୍କ ନିକଟକୁ କେବେ ଫେରି ଆସିପାରେ !
ଏହା ଏକ ବାସ୍ତବ ଜୀବନର ଘଟଣା ଉପରେ ଆଧାରିତ ଏବଂ ବ୍ୟବହୃତ ସମସ୍ତ ପରିଚୟ ଗୁଡିକ କାଳ୍ପନିକ ଅଟେ ।
ଗତକାଲି ଭୁବନେଶ୍ୱରର ଓ-ହବ୍ ଠାରେ ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା ଆୟୋଜିତ ଶ୍ରୀ ସୁବ୍ରତ ବାଗଚୀଙ୍କ ପ୍ରଶ୍ନୋତ୍ତର ଅଧିବେଶନରେ ଯୋଗ ଦେବାର ସୌଭାଗ୍ୟ ମୋତେ ମିଳିଥିଲା।
ସେ ବିଖ୍ୟାତ ଆଇଟି ସଂସ୍ଥା ମାଇଣ୍ଡଟ୍ରିର ସହ-ପ୍ରତିଷ୍ଠାତା ତଥା ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ର ଅଧ୍ୟକ୍ଷ ରୂପେ ପ୍ରଭାବକାରୀ ପଦକ୍ଷେପ ପାଇଁ ସର୍ବବିଦିତ | ଏହା ବ୍ୟତୀତ ବହୁଳ ବିକ୍ରୟ ହେଉଥିବା ଅନେକ ବ୍ୟବସାୟିକ ପୁସ୍ତକର ରଚନା ମଧ୍ୟ ସେ କରିଛନ୍ତି |
https://twitter.com/startup_odisha/status/1614477224895471616
କୋଭିଡ-୧୯ ଲକଡାଉନ ସମୟରେ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ନିୟମିତ ଉପସ୍ଥିତି ତାଙ୍କୁ ସାରା ଓଡ଼ିଶାର ଘରେ ଘରେ ପରିଚିତ କରିଥିଲା । ନିମ୍ନରେ ଦିଆଯାଇଥିବା ଭିଡିଓଟି ତାଙ୍କ ସହିତ ମୋର ଭାବ ବିନିମୟ ସମୟର ଅଂଶ |
https://youtu.be/GE8ChcJkAXA
ସୌରଭ:
ସାର୍! ନିଜସ୍ୱ ଅର୍ଥରେ ପରିଚାଳିତ ଷ୍ଟାର୍ଟଅପ୍ ଓ ନିବେଶ ହାସଲ କରିଥିବା ଷ୍ଟାର୍ଟଅପ୍ ଉପରେ ମୁଁ ଆପଣଙ୍କ ଦୃଷ୍ଟିକୋଣ ଜାଣିବାକୁ ଚାହୁଁଛି। ସରକାର ନିବେଶ ହାସଲ କରି ୟୁନିକର୍ନ ମାନ୍ୟତା ପାଇଥିବା ଷ୍ଟାର୍ଟଅପ୍ ମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି, ତେବେ ଆପଣ ଏହାକୁ କିପରି ଦେଖନ୍ତି?
କାରଣ ବ୍ୟବସାୟ ଆରମ୍ଭ କରୁଥିବା ବ୍ୟକ୍ତିଙ୍କ ପାଇଁ ଟଙ୍କା ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଏବଂ ବିଶେଷ କରି ଯେତେବେଳେ ଆମେ ଧନୀ ପରିବାରରୁ ଆସି ନଥାଉ  |
ସୁବ୍ରତ ବାଗଚୀ:
ମୁଁ ଧନୀ ପିତାମାତାଙ୍କ ବିଷୟରେ ଜାଣିନାହିଁ। ମୋର କୌଣସି ଧନୀ ପିତାମାତା ନଥିଲେ । କିନ୍ତୁ ମୁଁ ପ୍ରଶ୍ନଟି  ବୁଝି ପାରିଲିନି । ଆପଣ ଏହାକୁ ଅତି ସରଳ କରିପାରିବେ କି?
ସୌରଭ:
ଏହି ୨୦୨୧-୨୨ ଆର୍ଥିକବର୍ଷରେ ନିଜସ୍ୱପାଣ୍ଠିରେ ପରିଚାଳିତ ଜୀରୋଧା୨୦୯୪ କୋଟି ଟଙ୍କାର ଲାଭ କରିଛି, ଯେତେବେଳେକି ନିବେଶ ପ୍ରାପ୍ତ ଏପରି କମ୍ପାନୀ ଅଛନ୍ତି ଯେଉଁମାନେ ଆଇପିଓ ଯାଇ କ୍ଷତି କରୁଛନ୍ତି |
ମୁଁ ଆପଣଙ୍କ ପୁସ୍ତକରେ ପଢ଼ିଛି, ଉଦ୍ୟୋଗୀମାନେ ଅର୍ଥ ଓ ଲାଭକୁ ପ୍ରାଧାନ୍ୟ ଦେବା ଉଚିତ । ତେବେ ଆମର ଆଦର୍ଶ କେଉଁଭଳି ସଂସ୍ଥା ହେବା ଉଚିତ?
ସୁବ୍ରତ ବାଗଚୀ:
ମୁଁ ଭାବୁଛି, ଆପଣ ନିଜେ ନିଜର ଆଦର୍ଶ ହେବା ଉଚିତ!
ଆପଣ ନିଜସ୍ୱ ଅର୍ଥରେ ପରିଚାଳିତ ଷ୍ଟାର୍ଟଅପ୍ ଓ ନିବେଶ ହାସଲ କରିଥିବା ଷ୍ଟାର୍ଟଅପ୍ ଉପରେ ପଚାରିଥିଲେ | ଏହା ଆପଣଙ୍କ ପ୍ରଶ୍ନର ଏକ ପ୍ରମୁଖ ଅଂଶ ଥିଲା ।
ତେଣୁ ଏକ ଷ୍ଟାର୍ଟଅପ୍ ର ସଂଜ୍ଞା ବିଷୟରେ ପ୍ରଥମ ଆଲୋଚନାକୁ ଫେରିଯାନ୍ତୁ | ଆପଣ ଯେତେ ସମୟ ପର୍ଯ୍ୟନ୍ତ ପାରିବେ, ଆପଣଙ୍କୁ ନିଜସ୍ୱ ଅର୍ଥରେ ପରିଚାଳିତ ହେବ ଉଚିତ ।
ଭବିଷ୍ୟତର ନିବେଶକମାନେ ସର୍ବଦା ପ୍ରାଧାନ୍ୟଦେବେ, ଯଦି ଆପଣ ନିଜସ୍ୱ ଅର୍ଥରେ ପରିଚାଳିତ ହୋଇଛନ୍ତି | ସେମାନେ ଜାଣିବାକୁ ଚାହାଁନ୍ତି ଯେ ଏହି ଖେଳରେ ଆପଣଙ୍କର ନିବେଶ ଓ ପରିଶ୍ରମ  ଅଛି ନା ଆପଣ କେବଳ ମୋର ଟଙ୍କା ଉପରେ ଆପଣ ନଜର ରଖିଛନ୍ତି !
ତଥାପି ଆପଣଙ୍କୁ ସେହି ସମୟକୁ ଠାବ କରିବାକୁ ପଡିବ ଯେଉଁଠାରେ ଆପଣ ଅନ୍ୟ କାହା ପାଇଁ ମୂଲ୍ୟବାନ ଭାବରେ ବିବେଚିତ ହେବେ । କାରଣ ତା’ ପରେ  ହିଁ ଆପଣ ପ୍ରକୃତରେ ପୁଞ୍ଜି ପାଇବେ ।
ଏବେ ମୁଁ ଆପଣଙ୍କୁ ମୋର ବ୍ୟକ୍ତିଗତ ଉଦାହରଣ ଦେବାକୁ ଚାହୁଁଛି । ମୋର ପ୍ରଥମ ଷ୍ଟାର୍ଟଅପ୍ ବିଫଳ ହୋଇଥିଲା । ମୁଁ ୧୯୮୫ ରେ ୨୮ ବର୍ଷ ବୟସରେ ଦୁଇ ଜଣ ବୟସ୍କ ବନ୍ଧୁଙ୍କ ସହ ମିଶି ପ୍ରୋଜେକ୍ଟ ୨୧ ନାମକ ଏକ କମ୍ପାନୀ ପ୍ରତିଷ୍ଠା କଲି ।
ସେମାନେ ସେହି ସମୟରେ ମୂଲ୍ୟ ହିସାବରେ ୨୦,୦୦୦ଟଙ୍କା ଆଣିଲେ ଏବଂ ମୁଁ ମୋର ପରିଶ୍ରମ ପ୍ରତିବଦଳରେ ସ୍ଵେଟ ଇକ୍ୱିଟିରେ ରଖିଲି । ୧୯୮୫ରେ ବ୍ୟାଙ୍କଗୁଡିକ ଏକ ଆଇଟି କମ୍ପାନୀକୁ ଋଣ ଦେଉ ନଥିଲେ, କାରଣ ଏହି ଆଇଟି ଶବ୍ଦହିଁ ଜଣାଶୁଣା  ନଥିଲା | ତେବେ କମ୍ପ୍ୟୁଟର କମ୍ପାନୀ ବୋଲି ଆମକୁ ଆଖ୍ୟାୟିତ କରା ଯାଉଥିଲା !
https://twitter.com/skilledinodisha/status/955323037405999104
ଲୋକମାନେ ହାର୍ଡୱେର୍ ଏବଂ ସଫ୍ଟୱେର୍ ମଧ୍ୟରେ ପାର୍ଥକ୍ୟ ଜାଣି ନଥିଲେ | ଆବଶ୍ୟକୀୟ ପୁଞ୍ଜି ଅଭାବରୁ ତିନି ବର୍ଷ ପରେ କମ୍ପାନୀ ବନ୍ଦ ହୋଇଯାଇଥିଲା । ଏହା ବ୍ୟବସାୟ କରୁଥିଲା, କିନ୍ତୁ ଆପଣ କେବଳ ଗ୍ରାହକଠାରୁ ଟଙ୍କା ଆଣି, ଖର୍ଚ୍ଚକରି  ଏବଂ ଭବିଷ୍ୟତର ଅଭିବୃଦ୍ଧି ପାଇଁ ଟଙ୍କା ଅଲଗା ରଖି ଏକ କମ୍ପାନୀ ଚଳାଇପାରିବେ ନାହିଁ । ତେଣୁ କାର୍ଯ୍ୟକାରୀ ପୁଞ୍ଜି ଏକ ଆହ୍ୱାନ ଥିଲା ।
ଏହା ମୋ ପାଇଁ ଏକ ମୂଲ୍ୟବାନ ଶିକ୍ଷା, କାରଣ ମୁଁ ଅନୁଭବ କରୁଛି ଯେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପୁଞ୍ଜିର ଆବଶ୍ୟକତା ରହିଛି। କିନ୍ତୁ କାହାର ପୁଞ୍ଜି?
୧୯୯୮ରେ ମାଇଣ୍ଡ୍ଟ୍ରିର ପରିକଳ୍ପନା କରାଯାଇଥିଲା ଏବଂ ଆମେ ୧୯୯୯ରେ କମ୍ପାନୀ ଆରମ୍ଭ କରିଥିଲୁ । ଆମର ୧୦ ଜଣ ସହ-ପ୍ରତିଷ୍ଠାତା ଥିଲେ !
ଆମେ ନିବେଶ ପାଇଁ ପୁଞ୍ଜିପତିମାନଙ୍କୁ ଭେଟିବା ପୂର୍ବରୁ, ପ୍ରଥମେ ଆମର ପ୍ରୋଭିଡେଣ୍ଟ ଫଣ୍ଡ ଟଙ୍କା, ଗ୍ରାଚ୍ୟୁଇଟି ଟଙ୍କା, ବ୍ୟକ୍ତିଗତ ସଞ୍ଚୟ ଏବଂ ପୂର୍ବ କମ୍ପାନୀରେ ଥିବା ମୋର କିଛି ଷ୍ଟକ୍ ରୁ  ପ୍ରାୟ ୫୬ ଲକ୍ଷ ଟଙ୍କା କିମ୍ବା ତା 'ଠାରୁ ଅଧିକ ଜମା କରିଥିଲି ।
ତେଣୁ ଆମେ ୧୦ ଜଣ ଟେବୁଲ ଉପରେ ଆମର ଜୀବନ ସଞ୍ଚୟକୁ  ବାଜି ଲଗାଇ ଏକ ବ୍ୟାବସାୟିକ ଯୋଜନା ସହ ପୁଞ୍ଜିପତିମାନଙ୍କୁ ଭେଟିବାକୁ ଗଲୁ । ଯେତେବେଳେ ଆପଣ ଏହା କରନ୍ତି, ସେତେବେଳେ ନିବେଶକ  ଆପଣଙ୍କୁ ଅଧିକ ଗମ୍ଭୀରତାର ସହ ନିଅନ୍ତି।
ମୁଁ ଅନେକ ଲୋକଙ୍କୁ ଭେଟେ ଯେଉଁମାନେ କୁହନ୍ତି ଯେ ବ୍ୟବସାୟ ଆରମ୍ଭ କରିବା ପାଇଁ ମୋତେ ପାଞ୍ଚ କୋଟି ଟଙ୍କା ଦରକାର । ଆଜିର ଦୁନିଆରେ ଯଦି ଆପଣ ନିଜ ଆଖପାଖ ଅଞ୍ଚଳରୁ ସେହି ଟଙ୍କା ଉଠାଇ ପାରିବେ ନାହିଁ ଏବଂ ଯଦି ଆପଣ ସେହି ଟଙ୍କା ସଂଗ୍ରହ କରିବା ପାଇଁ ନିଜ ସମ୍ପତ୍ତିର କିଛି ଅଂଶକୁ ବନ୍ଧକ ରଖିବାରେ ସକ୍ଷମ ନୁହଁନ୍ତି, ତେବେ ଆପଣଙ୍କ ପାଇଁ ଏ ଯାତ୍ରା କଷ୍ଟକର ରହିବ!
ତେଣୁ ଯେତେ ସମ୍ଭବ ନିଜସ୍ୱ ଅର୍ଥରେ ପରିଚାଳନା କରନ୍ତୁ। ଯେତେବେଳେ ଆପଣଙ୍କ ରକ୍ତ, ଝାଳ ଏବଂ ଲୁହ ନିୟୋଜିତ ହେବ, ସେତେବେଳେ ଲୋକମାନେ ଆପଣଙ୍କୁ ଅଧିକ ଗମ୍ଭୀରତାର ସହ ନେବେ ।
କିନ୍ତୁ ଆପଣଙ୍କୁ ସ୍ଥିର କରିବାକୁ ପଡିବ ଯେ ଆପଣ ଏକ କ୍ଷୁଦ୍ର ସଂସ୍ଥା ହେବାକୁ ଚାହୁଁଛନ୍ତି, ଯେଉଁଠାରେ ଆପଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ଚାହୁଁଛନ୍ତି କିମ୍ବା ଆପଣ ବିସ୍ତାର କରିବାକୁ ଚାହୁଁଛନ୍ତି? ଏକ କ୍ଷୁଦ୍ର ସଂସ୍ଥା ହେବାରେ କିଛି ଭୁଲ୍ ନାହିଁ।
ବିଶ୍ୱର କେତେକ ସର୍ବୋତ୍ତମ କମ୍ପାନୀ ହେଉଛି କ୍ଷୁଦ୍ର ସୁନ୍ଦର କମ୍ପାନୀ ଏବଂ ସମସ୍ତଙ୍କୁ ବିସ୍ତାର କରିବାର ଆବଶ୍ୟକତା ମଧ୍ୟ ନାହିଁ | କିନ୍ତୁ ଯଦି ଆପଣଙ୍କୁ ବିସ୍ତାର କରିବାକୁ ପଡ଼େ ତେବେ ତାହା ଆପଣ କେବଳ ନିଜସ୍ୱ ଅର୍ଥରେ କରିପାରିବେ ନାହିଁ ।
କାରଣ ଯଦି ଆପଣ ପୁଞ୍ଜି ଆଣିବେ ନାହିଁ ତେବେ ଆପଣ ଭଲ ପ୍ରତିଭାମାନଙ୍କୁ ଆକର୍ଷିତ କରିପାରିବେ ନାହିଁ। ଦ୍ୱିତୀୟତଃ, ଆପଣ ଗ୍ରାହକ ହାସଲ କରିବା ପାଇଁ ଅର୍ଥ ନିବେଶ କରିପାରିବେ ନାହିଁ ।
ତେଣୁ ଆପଣଙ୍କୁ ପ୍ରକୃତରେ ସମୟ ବିଷୟରେ ବହୁତ ଯତ୍ନବାନ ହେବାକୁ ପଡିବ, ଯାହା ଦ୍ୱାରା ଆପଣ ସଠିକ ନିର୍ଣୟ ନେଇ ପାରିବେ । ନିଜକୁ ଏକ ବିମାନ ଭଳି ଭାବନ୍ତୁ ଓ ଠିକଣା  ସମୟରେ ଆପଣଙ୍କୁ ଏକ ଉଡାଣ କରିବାକୁ ପଡିବ ।
ଯଦି ଆପଣ ଭାବୁଛନ୍ତି ଯେ ନିୟନ୍ତ୍ରଣ ଗୁରୁତ୍ୱପୂର୍ଣ୍ଣ, ବିସ୍ତାର ନୁହେଁ, ଯେତେ ନିଜ ଅର୍ଥ ସହିତ ପରିଚାଳନା କରିବା ଉଚିତ ।
ଲୋକମାନେ ଆପଣଙ୍କ ଉପରେ ସେମାନଙ୍କ ଟଙ୍କା ଫୁଙ୍କିବାକୁ ଏଠାକୁ ଆସିନାହାନ୍ତି। କେହି ଏଠାରେ ଗ୍ୟାରେଣ୍ଟି ସହିତ ଆସନ୍ତି ନାହିଁ ଯେ ଆପଣ ନିଶ୍ଚିତ ରୂପେ  ସଫଳ ହେବାକୁ ଯାଉଛନ୍ତି!
ତେଣୁ, ଏହା ଆତ୍ମବିଶ୍ୱାସର ଏକ ପ୍ରଦର୍ଶନ ଯେ ଆପଣ ଜାଣନ୍ତି ଯେ ମୁଁ ମୋର ସମସ୍ତ ଟଙ୍କା ନିବେଶ କରିଛି । ବାସ୍ତବରେ, ଏହା ମୋ ଜୀବନର ସଞ୍ଚୟ ଏବଂ ମୋ ପାଇଁ ପଛକୁ ଫେରିବାର କୌଣସି ବାଟ  ନାହିଁ ।
https://twitter.com/startup_odisha/status/1616271055802466306
ଯେଉଁମାନେ ଆଇପିଓ ଏବଂ ଏହିପରି ଜିନିଷ କରିଛନ୍ତି ସେମାନଙ୍କ ସହିତ ନିଜକୁ ତୁଳନା କରନ୍ତୁ ନାହିଁ। କାରଣ ସେହି ତୁଳନା କୌଣସି  ସାହାଯ୍ୟ କରିବ ନାହିଁ।
ତେଣୁ ଆପଣଙ୍କ ପ୍ରଶ୍ନକୁ ଫେରିଯାନ୍ତୁ, ଆପଣଙ୍କୁ ନିଜର ଆଦର୍ଶ ହେବାକୁ ପଡ଼ିବ।